ମହାନଦୀକୁ ଡେଇଁପଡିଲେ ନାବାଳିକା

ସମ୍ବଲପୁର : ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ଆଜି ସକାଳେ ମହାନଦୀକୁ ଡେଇଁ ପଡିଛନ୍ତି ନାବାଳିକା । ପୋଲ ଉପରୁ ମୋବାଇଲ, ବ୍ୟାଗ, ସାଇକେଲ ଓ ଏକ ଫିନାଇଲ୍ ବୋତଲ ଜବତ ହୋଇଛି । ବ୍ୟାଗରେ ନବମ ଶ୍ରେଣୀ ପ୍ରଶ୍ନପତ୍ର ରହିଛି । ବ୍ୟାଗରୁ ପ୍ରଶ୍ନପତ୍ର ମିଳିଥିବାରୁ ସେ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣା ପଡୁଛି । ନାବାଳିକା ଜଣକ ବୁଢାରାଜ ଗାର୍ଲସ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ । ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ ନାବାଳିକା । ଆଜି ସକାଳ ୬ଟା ବେଳେ ବ୍ରିଜ୍ ଉପରୁ ଡେଇଁ ପଡିଥିଲେ । ନାବାଳିକା କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ସେନେଇ କିଛି ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । । ପାୱାର ବୋଟ ସାହାଯ୍ୟରେ ଅଗ୍ନିଶମ ଟିମ ନଦୀରେ ଖୋଜାଖୋଜି କରିଥିଲେ । ତାଙ୍କୁ ଉଦ୍ଧାର କରିବା ପରେ ହସ୍ପିଟାଲ ନିଆଯାଇଛି । ନାବାଳିକା କାହିଁକି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *