ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପାଇଁ ଉତ୍ସାହର ମାହୋଲ

ସମ୍ବଲପୁର : ଗାଁ ଠୁ ସହର ସବୁଠି ନୂଆଁଖାଇ ପାଇଁ ଉତ୍ସାହର ମାହୋଲ । ଆଉ କିଛି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଁଖାଇ । ନୁଆଁଖାଇକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ସବୁଠି ଚାଲିଛି କିଣା ବିକା। ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶା ବେଶ୍‌ ଚଳଚଞ୍ଚଳ ହୋଇଉଠିଲାଣି । ଗାଁଠୁ ଦୂରରେ ଥିବା ଲୋକମାନେ ଘରକୁ ଫେରିଲେଣି । ନୂଆ ଖାଇବେ, ନୂଆ ପିନ୍ଧିବେ । ଏଥିପାଇଁ ହାଟ ବଜାରରେ ଜମିଲାଣି ଭିଡ଼ । ଲୋକମାନେ ବଜାରରୁ ହାଣ୍ଡି ମାଠିଆ ସାଙ୍ଗକୁ ନୂଆ ଧାନ, ଚୁଡ଼ା ଓ ନୂଆ ଲୁଗା କିଣୁଛନ୍ତି । ନୂଆଲୁଗା କିଣିବାକୁ ମଧ୍ୟ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗିଛି । ଏହି ଗଣପର୍ବ ନୂଆଁଖାଇକୁ କୃଷିଭିତ୍ତିକ ଭାବେ ପାଳିଥାନ୍ତି । ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ସମସ୍ତେ ଖୁସି ରହିଛନ୍ତି । ବର୍ଷର ନୂଆ ଉତ୍ପାଦିତ ଫସଲକୁ ନିଜ ଇଷ୍ଟ ଦେବୀ ପାଖରେ ସମର୍ପଣ ପରେ ନୂଆ ଲୁଗା ପିନ୍ଧି ଭକ୍ଷଣ କରିବାର ପରମ୍ପରା ରହିଛି । ନାଚ ଗୀତର ଆାସର ବି ଜମିବ, ସେଥିପାଇଁ ଚାଲିଛି ଡାଲଖାଇର ଧୁମ୍ ପ୍ରୟାସ । ଏହି ଦିନ ସମସ୍ତଙ୍କ ଘରେ ଜମି ଥାଏ ଆସର । ଏହି ନୂଆଁଖାଇ ଛୋଟରୁ ବଡ଼ ସଭିଏଁ ଏକାଠି ହୋଇ ପର୍ବ ପାଳିଥାନ୍ତି ।

Leave a Reply

Your email address will not be published. Required fields are marked *