ରେଙ୍ଗାଳି : ଅନୁଗୁଳ ଜିଲ୍ଲା କଣିଁହା ବ୍ଳକର ବୃହତ୍ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳ ସ୍ତର ଅତ୍ୟଧିକ ବୃଦ୍ଧି ପାଇବାରେ ଲାଗିଛି । ଜଳଭଣ୍ଡାରର ଗୋଟିଏ ଗେଟ୍ ୩.୧୫ ମିନିଟ ସମୟରେ ଖୋଲାଯାଇଛି ।
ସୂଚନା ଅନୁଯାୟୀ, ରେଙ୍ଗାଳି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୨୩.୫୦ ମିଟର । ଆଜି ଦିନ ୩ଟା ସୁଦ୍ଧା ଜଳଭଣ୍ଡାରରେ ଜଳ ସ୍ତର ୧୨୧.୪୩ ମିଟରରେ ପହଞ୍ଚିଥିଲା । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୩୭୬ ଘନ ମିଟର ଜଳ ପ୍ରବେଶ ହେଉଛି । ପାୱାର ହାଉସ ଦେଇ ୭୩୮ ଘନ ମିଟର ଜଳ ନିଷ୍କାସନ ହେଉଛି ଏବଂ ଡ୍ୟାମର ଆଠ ନମ୍ବର ଗେଟ୍ ଦେଇ ୧୨୫୦ ଘନ ମିଟର ଜଳ ନିଷ୍କାସନ ହେଉଛି । ମୋଟ୍ ୧୯୮୮ ଘନ ମିଟର ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି, ନଦୀ ପଠାରେ ଥିବା ତଳ ଅଞ୍ଚଳ ଗାଁ ଗୁଡିକୁ ସତର୍କ ସୂଚନା ଦିଆଯାଇଛି ଏବଂ ଉପର ପାଖରେ ଜଳ ସ୍ତର ବଢୁଥିବାରୁ ଆସନ୍ତାକାଲି ଆଉ ଗୋଟିଏ ଗେଟ୍ ଖୋଲାଯିବାର ସମ୍ଭାବନା ଅଛି ।
ଖୋଲିଲା ରେଙ୍ଗାଳି ଡ୍ୟାମ
