ଯୌତୁକ ନେଲା ଜୀବନ

ଭୋଗରାଇ: ବାଲେଶ୍ୱର ଭୋଗରାଇ ହାଟସରିଷା ଗାଁରେ ପୁଣି ଯୌତୁକ ଯୋଗୁ ହତ୍ୟା । ମୃତ ମହିଳାଙ୍କ ପରିବାର ଏନେଇ ଥାନାରେ ଏତଲା ଦେଇଛନ୍ତି । ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଫରେନସିକ ଟିମ ଉପସ୍ଥିତିରେ ଶବ ବ୍ୟବଛେଦ ପାଇଁ ଗତକାଲିଠାରୁ ହସ୍ପିଟାଲରେ ପଡ଼ିରହିଛି ମୃତଦେହ । ମୃତକ ମହିଳାଙ୍କ ଶାଶୁ,ଶଶୁର,ସ୍ୱାମୀ ଘରେ ତାଲା ପକାଇ ଲୁଚିଛନ୍ତି । ବିବାହକୁ ମାତ୍ର ୫ ମାସ ହୋଇଥିଲା । ଦ୍ୱିପ୍ରହର ସମୟରେ ଘରେ କେହି ନଥିବା ବେଳେ ମୌସୁମୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ମୌସୁମୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *