ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲେ ସାଇବର ଠକ । ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଫଟୋ ଲଗାଇ ଏକ ଫେକ ଆକାଉଣ୍ଟ ଖୋଲାଯାଇଛି । ନିଜକୁ ଜିଲ୍ଲାପାଳ ବୋଲି ପରିଚୟ ଦେଇ ଜିଲ୍ଲାପାଳଙ୍କ ଯୋଗାଯୋଗରେ ଥିବା ସମସ୍ତ ଲୋକଙ୍କୁ ଟଙ୍କା ମାଗିବା ସହ ଜିଲ୍ଲାର ବିଭିନ୍ନ ବିଭାଗର କର୍ମଚାରୀ ଓ ଜନସାଧାରଣଙ୍କୁ ଟଙ୍କା ମାଗୁଛନ୍ତି ଏହି ସାଇବର ଠକ । ଏଭଳି ଘଟଣା ବୌଦ୍ଧ ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଏଭଳି ମେସେଜରୁ ଦୂରେଇ ରହିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି । ଏହି ଘଟଣାକୁ ନେଇ ସାଇବର ସେଲ୍ ପକ୍ଷରୁ ନମ୍ବର ଟ୍ରାକ୍ କରିବା ସହ ତଦନ୍ତ ଆରମ୍ଭ ହୋଇଛି ।
ଜିଲ୍ଲାପାଳଙ୍କ ନାଁରେ ଠକେଇ
