ନୂଆଦିଲ୍ଲୀ : ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ଯୁବକ ଜଣକ ଗଛ ଉପରେ ଚଢି ପାଚେରୀ ଡେଇଁ ସଂସଦ ଭିତରକୁ ପଶିଥିଲା । ଦୁର୍ବୃତ୍ତ ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍ ନିକଟରେ ପହଞ୍ଚିଯାଇଥିଲା, ହେଲେ ଦୁର୍ବୃତ୍ତକୁ ଧରି ନେଇଥିଲେ ସୁରକ୍ଷାକର୍ମୀ । ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ଦୁର୍ବୃତ୍ତ ଗଛରେ ଚଢି ପାଚେରୀ ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇବା ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ ଦୁର୍ବୃତ୍ତ ଜଣକ କେଉଁ ଉଦ୍ଦେଶ୍ୟରେ ସଂସଦ ଭିତରକୁ ପଶିଥିଲା ତାର କାରଣ ଜଣାପଡିନାହିଁ । ତେବେ ଯୁବକଙ୍କୁ ଧରିବା ପରେ ସିଆଇଏସଏଫ ଯବାନ ସଂସଦମାର୍ଗ ପୋଲିସଙ୍କୁ ହସ୍ତାନ୍ତର କରିଥିଲେ । ଏହି ଘଟଣା ମୌସୁମୀ ଅଧିବେଶନ ସରିବାର ଦିନକ ପରେ ଘଟିଛି । ଗତବର୍ଷ ମଧ୍ୟ ଅଧିବେଶନ ସରିବାର ଦିନକ ପରେ ସମାନ ଘଟଣା ଘଟିଥିଲା ।
ସଂସଦ ସୁରକ୍ଷାରେ ତ୍ରୁଟି
