ଭୁବନେଶ୍ଵର : ଭୁବନେଶ୍ଵର ଖଣ୍ଡଗିରି ଛକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଓଭରବ୍ରିଜ ଉପରେ ଲାଗିଛି ଶହ ଶହ ସଂଖ୍ୟାରେ ଗାଡିର ଲମ୍ବା ଲାଇନ୍ । ଅଫିସ ଟାଇମ୍ ଓ ସନ୍ଧ୍ୟା ସମୟରେ ଅତ୍ୟଧିକ ଭିଡ ଦେଖିବାକୁ ମିଳୁଛି । ଫଳରେ ଲୋକମାନେ ପ୍ରବଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓଭର ବ୍ରିଜ ଉପରେ ମରାମତି ଚାଲୁଥିବାରୁ ଏପରି ରାସ୍ତା ଜାମ ହେଉଥିବା ସୂଚନା ମିଳିଛି । ଲୋକମାନେ ବରମୁଣ୍ଡା ଓଭର ବ୍ରିଜ୍ ପାରି ହେବା ପରେ ଖଣ୍ଡଗିରି ପାଖରେ ଡାଇଭଟ ହୋଇ ପୁଣି ଡୁମୁଡୁମା ନିକଟରେ ଜାତୀୟ ରାଜପଥ ଚଢୁଛନ୍ତି । ଫଳରେ ବରମୁଣ୍ଡାରୁ ଡୁମୁଡୁମା ଯାଏଁ ଯିବାକୁ ଅଧିକ ସମୟ ଲାଗୁଛି । ଗତକାଲି ଏଭଳି ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଛି ।
ରାଜଧାନୀରେ ଅସମ୍ଭାଳ ଭିଡ
