ନାବାଳିକାର ତଣ୍ଟି କାଟିଲା ଯୁବକ

ବଲାଙ୍ଗିର : ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ନାବାଳିକାର ତଣ୍ଟି କାଟିଲା ଯୁବକ । ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ନାବାଳିକାଙ୍କ ବେକକୁ କଟାଯାଇଛି । ବେକରେ ଜୋର ଆଘାତ ଲାଗିଥିବାରୁ ନାବାଳିକାଙ୍କୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ନାବାଳିକା ଚିକିତ୍ସିତ ଅବସ୍ଥାରେ । ତଣ୍ଟି କାଟିବାର କାରଣ କଣ ଏପର୍ଯ୍ୟନ୍ତ ଜଣାପଡି ନଥିବାବେଳେ ଯୁବକକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ । ବର୍ତ୍ତମାନ ଅଭିଯୁକ୍ତ ଫେରାର ଥିବା ବେଳେ ଯୁବକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *