ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ?

ପୁରୀ: ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ କଲେ ବ୍ୟକ୍ତି । ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବାର ଦେଖି ଅଟକାଇଲେ ସୁରକ୍ଷାକର୍ମୀ । ସୂଚନା ଯୋଗ୍ୟ, ଯୁବକ ଜଣଙ୍କ ରାଜ୍ୟ ବାହାରର ଅର୍ଥାତ ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ବୋଲି ଜଣାପଡିଛି । ସୁରକ୍ଷାକର୍ମୀ ଯୁବକଙ୍କୁ ଶ୍ରୀମନ୍ଦିର ଗାରଦରେ ଅଟକ ରଖିଛନ୍ତି । କିଛି ଦିନ ତଳେ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯୁବକ ଶ୍ରୀମନ୍ଦିରର ପ୍ରାୟ ୫ ରୁ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ହାତରେ ଧରାପଡିଥିଲେ । ସେହି ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି । ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ ।

Leave a Reply

Your email address will not be published. Required fields are marked *