ଯାଜପୁର: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ହୋଇଯାଇଥିଲେ । ମୃତ ଛାତ୍ର ହେଲେ ଯାଜପୁର ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବିସିଏ ବିଭାଗର ଛାତ୍ର ସୃତି ରଞ୍ଜନ ଜେନା । ଛାତ୍ର ଜଣକ ଦୁଇ ଦିନ ତଳେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ବର୍ଷା ପାଇଁ ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ୍ୟ ଛାତ୍ରଙ୍କର ପତ୍ତା ମିଳିନଥିଲା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ଆଜି ସକାଳୁ ତନ୍ତିଘାଇରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ । ମୃତ ଦେହକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି । ଏପର୍ଯ୍ୟନ୍ତ ଛାତ୍ରଙ୍କ ଅତ୍ମହତ୍ୟାର କାରଣ କଣ ଜଣାପଡି ନାହିଁ ।
ଖରସ୍ରୋତା ନଦୀକୁ ଡେଇଁ ଛାତ୍ର ନିଖୋଜ, ମିଳିଲା ମୃତ ଦେହ
