ନାବାଳିକାଙ୍କୁ ବିବାହ କରି ନିର୍ଯାତନା ଘଟଣା,ବାହାର ରାଜ୍ୟରେ ଲୁଚିଥିଲେ କରିତ କର୍ମା ଏସଆଇ!

(ଫୋକସ ପ୍ଲସ ) ଅଭିଯୁକ୍ତ ସବଇନ୍ସପେକ୍ଟର ହେଉଛନ୍ତି ଅମିତ କୁମାର ପାଢୀ। ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି | ନାବାଳିକାଙ୍କ ଘର ଜଗତସିଂହପୁର ଥାନା ଅଞ୍ଚଳରେ | ସବଇନ୍ସପେକ୍ଟର ଅମିତ ପାଢୀଙ୍କ ସହ ନାବାଳିକାଙ୍କର ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଗତବର୍ଷ ସେ ନାବାଳିକାଙ୍କୁ ବାଲେଶ୍ବରରେ ଏକ ମନ୍ଦିରରେ ବିବାହ କରିଥିଲେ | ଏହା ଆଇନଗତ ଅପରାଧ ହୋଇଥିବା ଜାଣି ମଧ୍ୟ ସବଇନ୍ସପେକ୍ଟର ନାବାଳିକାଙ୍କୁ ବିବାହ ସହ ଶାରୀରିକ ସମ୍ପର୍କ ରଖିଥିଲେ | ସେହିପରି ବିବାହ ପର ଠାରୁ ଯୌତୁକ ଦାବି କରି ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି | ମାଡ଼ ମାରିବା ସହ ମାନସିକ ନିର୍ଯାତନା ଦିଆ ଯାଉଥିବା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି | ନିର୍ଯାତନା ଅସହ୍ୟ ହେବାରୁ ନାବାଳିକା ଘରକୁ ଚାଲି ଆସିଥିଲେ | ପରିବାର ଲୋକଙ୍କୁ ସବୁ କଥା କହିବା ପରେ ନାବାଳିକାଙ୍କ ମା ଥାନାର ଦ୍ବାରସ୍ଥ ହୋଇଥିଲେ | ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିଥିଲା।

Leave a Reply

Your email address will not be published. Required fields are marked *