ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର ବାବା ମଧୁମଙ୍ଗଳ ଦାସ ଗିରଫ ହୋଇଛନ୍ତି। ପୀଡ଼ିତାଙ୍କ ଅଭିଯୋଗ ପରେ ବାବା ଫେରାର୍ ଥିଲେ। ମାତ୍ର ମଠକରଗୋଳା ଗ୍ରାମବାସୀ ବାବାଙ୍କୁ କାବୁ କରି କାମାକ୍ଷାନଗର ପୁଲିସର ଜିମା ଦେଇଛନ୍ତି।
ସୂଚନାନୁଯାୟୀ, ଶୁକ୍ରବାର ଠାରୁ କାମକ୍ଷାନଗର ପୁଲିସ ବାବା ମଧୁମଙ୍ଗଳ ଦାସଙ୍କ ଗୋବିନ୍ଦ ଭୋଜନାଳୟ ନାମକ ଏକ ହୋଟେଲ ଓ ମଠକରଗୋଳା ଗ୍ରାମରେ ଥିବା ବବର ମଠ ଉପରେ ଚଢ଼ାଉ ଜାରି ରଖିଛି। ଆଜି ଫରେନସିକ୍ ଟିମ୍ ସହିତ ପୁଲିସ ମଠରେ ପହଞ୍ଚି ଛାନଭିନ୍ ଚଳାଇଛି। ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ବାବାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।