ମହାରାଷ୍ଟ୍ର : ମହାରାଷ୍ଟ୍ରରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏହି ଭୂସ୍ଖଳନରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ୨ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ରରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସୂଚନାନୁଯାୟୀ, ମହାରାଷ୍ଟ୍ରରେ ବିଳମ୍ବିତ ରାତିରୁ ଲଗାତାର ପ୍ରବଳ ବର୍ଷା ହେଉଛି । ପ୍ରବଳ ବର୍ଷା କାରଣରୁ ମହାରାଷ୍ଟ୍ରର ଭିକ୍ରୋଲିରେ ଭୂସ୍ଖଳନ ହୋଇଛି । ବର୍ଷା ଯୋଗୁଁ ସବୁଆଡେ ପାଣି ଜମି ରହିଥିବାରୁ ରାସ୍ତା ଭିଡ଼ ସହ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତକାଲି ମଧ୍ୟ ଜମ୍ମୁ-କାଶ୍ମୀରର କିସ୍ତୱାରର ଚିସୋଟି ଗାଁରେ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଲୋକଙ୍କ ଜୀବନହାନି ହୋଇଛି । ଭୂସ୍ଖଳନ ହେବା ଫଳରେ ଅନେକ ଲୋକ ମଧ୍ୟ ଫସି ରହିଥିଲେ । ଏଥିରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ, SDRF ଟିମ ଏବଂ ଅନ୍ୟାନ୍ୟ ସୁରକ୍ଷା ଦଳଙ୍କୁ ନିୟୋଜିତ କରାଯାଇଛି । ଅନେକ ଲୋକମାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଉଦ୍ଧାର ସ୍ଥାନକୁ ରିଲିଫ୍ ସାମଗ୍ରୀ ପଠାଯାଇଛି । ତା ସହିତ ଡ଼ାକ୍ତିରୀ ଟିମକୁ ମଧ୍ୟ ଉଦ୍ଧାର ସ୍ଥାନକୁ ପଠାଯାଇଛି । ଗତକାଲି ଅପେକ୍ଷା ବର୍ତ୍ତମାନର ପରିସ୍ଥିତିରେ ସୁଧାର ଆସିଛି । କିନ୍ତୁ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
