ହାଇୱା ନେଲା ଜୀବନ

ରାଉରକେଲା :ରାଉରକେଲା ହନୁମାନ ବାଟିକା ସାମନାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଅଟୋ ଓ କାର ସହ ଲୋକଙ୍କ ଉପରେ ମାଡ଼ିଗଲା ଏକ ହାଇୱା ଟ୍ରକ । ଏହା ସହ ରାସ୍ତାକଡ଼ରେ ଠିଆ ହୋଇଥିବା ୬ରୁ ୭ ଜଣଙ୍କ ଉପରେ ଚଢିଯାଇଛି ଟ୍ରକ । ସ୍କୁଟିରେ ଯାଉଥିବା ଯୁବକ-ଯୁବତୀଙ୍କୁ ୫୦ ମିଟର ଯାଏ ଘୋଷାଡ଼ି ନେଇଛି । ଯୁବକ ଯୁବତୀ ଉଭୟ ଗୁରୁତର ଅବସ୍ଥାରେ । ଦୁର୍ଘଟଣାରେ ଉଭୟ ଯୁବକ-ଯୁବତୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଅଧ ଘଣ୍ଟାରୁ ଅଧିକ ସମୟ ପରେ ପୋଲିସ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଯୁବତୀଙ୍କୁ ମେଡିକାଲକୁ ପଠାଯାଇଛି । ସ୍ଥାନୀୟ ଲୋକମାନେ ଡ୍ରାଇଭରକୁ ଅଟକ ରଖିଛନ୍ତି ।

Leave a Reply

Your email address will not be published. Required fields are marked *