୭୯ତମ ସ୍ବାଧୀନତା ଦିବସରେ ଝଣ୍ଡା ଲହରାଇଲେ ମୋଦୀ

ଦିଲ୍ଲୀ: ଦେଶରେ ପାଳନ ହେଉଛି ୭୯ତମ ସ୍ବାଧୀନତା ଦିବସ । ସକାଳ ୭ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଦ୍ୱାଦଶ ଭାଷଣ ଦେଇ, ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱାଧୀନତା ଦିବସ କୁ ନେଇ ଉତ୍ସାହର ମାହୋଲ । ଆକାଶରୁ ହେଲିକପ୍ଟରେ ଫୁଲବର୍ଷା ହେବା ସହ ସ୍ୱାଧୀନତା ଦିବସ ଅବସରରେ ଅପରେସନ ସିନ୍ଦୂରରେ ଜଡିତ ଥିବା ବାୟୁସେନାର ୯ଜଣ ଅଫିସରଙ୍କୁ ବୀରଚକ୍ର ସମ୍ମାନ ଦିଆଯିବ । ସେହି ଅଫିସରମାନେ ହେଲେ- ରଣଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଳ କାଲରା, ଜୟ ଚନ୍ଦ୍ରା, ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଅର୍ସବୀର ସିଂହ ଠାକୁର । ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କଡ଼ା ସୁରକ୍ଷା ବଳୟରେ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳକୁ ରଖା ଯାଇଛି । ୧୧ହଜାରରୁ ଅଧିକ ସୁରକ୍ଷା କର୍ମୀ ଏବଂ ୩ହଜାରରୁ ଅଧିକ ଟ୍ରାଫିକ୍ ପୋଲିସଙ୍କୁ ନିୟୋଜିତ କରାଯାଇଛି । ଯେକୌଣସି ବିସ୍ଫୋରକ, ଅସ୍ତ୍ରଶସ୍ତ୍ର କିମ୍ବା ସନ୍ଦେହଜନକ ସାମଗ୍ରୀ ଚିହ୍ନଟ କରିବା ପାଇଁ ପାର୍କିଂ ସ୍ଥାନରେ ଯାନର ତଳ ପାର୍ଶ୍ୱ ଯାଞ୍ଚ କରାଯିବ ।

Leave a Reply

Your email address will not be published. Required fields are marked *