ବିଦ୍ୟୁତ୍ ତାର ନେଲା ଶ୍ରମିକଙ୍କ ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘର କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ସେହି ଗାଁର ରାଜୀବ ନାୟକଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ପାଇଁ ସହାୟତା ଦାବି କରି କିଛି ସମୟ ପର୍ଯ୍ୟନ୍ତ ମୃତଦେହକୁ ରଖି ବସି ରହିଥିଲେ । ଘଟଣା ସ୍ଥଳରେ ପୋଲିସ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ସରକାରୀ ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ମୃତଦେହକୁ ପଠାଇଥିଲା ପୋଲିସ । ଯାହାପରେ ପୁରା ଗାଁରେ ଖେଳିଯାଇଛି ଶୋକର ଛାୟା । ଏଥିସହ ରାଜୀବଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *