ଲାଞ୍ଚନେଇ ହେଲେ ହଟହଟା

ଭୁବନେଶ୍ୱର : ୪ ସରକାରୀ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେବା ସମୟରେ ୪ ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ ।
ସୂଚନାନୁଯାୟୀ, ବୁଧବାର ଭିଜିଲାନ୍ସ ଟିମ୍ ୩ଟି ଜାଗାରେ ରେଡ୍ କରିଥିଲା । ଚଢାଉ ସମୟରେ ପାରଳାଖେମୁଣ୍ଡିର ସିଡିଏମ୍ଓ କାର୍ଯ୍ୟାଳୟର ୨ ଜଣ ସ୍ୱାସ୍ଥ୍ୟ କର୍ମଚାରୀ, ରାୟଗଡ଼ା ମୁନିଗୁଡ଼ା ସିଏଚସିର ଜଣେ ସ୍ୱାସ୍ଥ୍ୟ କର୍ମୀ ଏବଂ କେନ୍ଦ୍ରାପଡ଼ା ମହାକାଳପଡ଼ାର ବିଇଓ କାର୍ଯ୍ୟାଳୟର ଜଣେ ଜୁନିଅର କ୍ଲର୍କ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ । ପାରଳାଖେମୁଣ୍ଡିର ସିଡିଏମଓ ଅଫିସର, ପିଅନ ନିରଞ୍ଜନ ନାୟକଙ୍କ ସହ କିରାଣୀ ଜଗଦୀଶ ପଟ୍ଟନାୟକ ମଧ୍ୟ ଭିଜିଲାନ୍ସ ହାତରେ ପଡିଛନ୍ତି । ଭିଜିଲାନ୍ସ ଟିମ୍‌ର ଖୋଳତାଡ଼ ବେଳେ ଜଗଦୀଶଙ୍କ ଡ୍ରୟରରୁ ୫,୧୯,୭୦୦ ଟଙ୍କା ଏବଂ ପାରଳାଖେମୁଣ୍ଡିରେ ଥିବା ତାଙ୍କ ସରକାରୀ କ୍ୱାର୍ଟରରୁ ୧.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ୬,୬୯,୭୦୦ଟଙ୍କା ମୋଟ ଜବତ ହୋଇଥିଲା । ଏହି ଟଙ୍କାଗୁଡା ବେଆଇନ ଲାଞ୍ଚ ଟଙ୍କା ହୋଇଥିବା ନେଇ ଭିଜିଲାନ୍ସ ଟିମ୍ ଅନୁମାନ କରୁଛି । ତେବେ ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଲା ତାହା ଜାଣିବା ପାଇଁ ଭିଜିଲାନ୍ସ କିରାଣୀଙ୍କୁ ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *