ହକି ଭେଟରାନ ଭେସ୍ ପେସଙ୍କ ପରଲୋକ

୮୦ ବର୍ଷ ବୟସରେ ହକି ଭେଟରାନ ଭେସ୍ ପେସଙ୍କ ପରଲୋକ ହୋଇଛି । ପାର୍କିସନ୍ସ ରୋଗରେ ପଡି ହସ୍ପିଟାଲରେ ତାଙ୍କର ଜୀବନ ଚାଲିଯାଇଛି । ଜଣେ ବିଶ୍ୱ ବିଖ୍ୟାତ ଭାରତୀୟ ହକି ଖେଳାଳି ତଥା କ୍ରୀଡା ପ୍ରଶାସକ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ସମୟରୁ ପାର୍କିସନ୍ସ ରୋଗରେ ପୀଡିତ ଥିଲେ ଭେସ ପେସ । ଭେସ ପେସଙ୍କୁ ମଙ୍ଗଳବାର ସକାଳେ କୋଲକତାର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହକି ଛଡା ଭେସ ପେସ ଫୁଟବଲ, କ୍ରିକେଟ ଏବଂ ରଗବୀ ଖେଳିଛନ୍ତି । ହକି ଖେଳରେ ଭାରତ ପାଇଁ ଜିତିଥିଲେ କାଂସ୍ୟ ପଦକ । ଭେସ୍ ପେସ ୧୯୭୨ ମସିହାରେ ମ୍ୟୁନିଚ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମଧ୍ୟ୍ୟ ଜିତିଥିଲେ । ଭାରତୀୟ ରଗବି ଫୁଟବଲ୍ ୟୁନିଅନ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେହିପରି ଭେସ୍ ଭାରତୀୟ ହକି ସହିତ ଜଣେ ମିଡଫିଲ୍ଡର ମଧ୍ୟ୍ୟ ଥିଲେ । ସେ ଏସୀୟ କ୍ରିକେଟ ପରିଷଦ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଏବଂ ଭାରତୀୟ ଡେଭିସ୍ କପ୍ ଦଳ ସହ ଅନେକ କ୍ରୀଡା ସଂଗଠନରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି । ଭେସ ପେସ ଜେନିଫରଙ୍କ ସହିତ ବିବାହ କରିଥିଲେ । ଜେନିଫର ଜଣେ ଭାରତୀୟ ବାସ୍କେଟବଲ ଖେଳାଳି ଏବଂ ନ୍ୟାସନାଲ ଟିମର ଅଧିନାୟକ ଥିଲେ ।

Leave a Reply

Your email address will not be published. Required fields are marked *