ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ର ହରିଓଁ କଲୋନୀରେ ଘଟିଛି ଏପରି ଭୟଙ୍କର ହତ୍ୟାକାଣ୍ଡ । ସ୍ତ୍ରୀ ସ୍ୱାମୀର ତଣ୍ଟି ଚିପି କଲା ହତ୍ୟା । ପୋଲିସ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଏପରି ପରିସ୍ଥିତି ପରିଣତ ହୋଇଥିଲା । ଝଗଡ଼ା ଏତେ ମାତ୍ରାରେ ବଢିଯାଇଥିଲା ଯେ, ସେହି ସମୟରେ ସ୍ତ୍ରୀଜଣକ ଉତ୍ତେଜିତ ହୋଇ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିଲା । ନିଜେ ସ୍ତ୍ରୀ ହତ୍ୟା କରିବା ପରେ ସ୍ୱାମୀର ମୃତଦେହକୁ ମେଡ଼ିକାଲ ନେଇଥିଲା । ମେଡ଼ିକାଲ କର୍ମଚାରୀ ଏଭଳି ଘଟଣା ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *