ପୁଣି ଧମକ ଦେଲା ପାକିସ୍ତାନ

ଭାରତକୁ ପୁଣି ପାକିସ୍ତାନର ଧମକ। ପାଣି ପାଇଁ ବିକଳ ହେଉଛି ପାକିସ୍ତାନ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଧମକ ଦେଇ କହିଛନ୍ତି ସିନ୍ଧୁ ନଦୀ ପାଣି ବନ୍ଦ କଲେ ପରିଣାମ ହେବ ଭୟଙ୍କର। ଶେହବାଜ ଶରିଫ୍ କହିଛନ୍ତି, ପାକିସ୍ତାନ ଅଂଶର ବୁନ୍ଦାଏ ବି ପାଣି ଛଡା ଯିବା ନାହିଁ। ଏହାକୁ ବରଦାସ୍ତ କରିବନି ପାକିସ୍ତାନ। ତାଜିକିସ୍ତାନରେ ଅନୁଷ୍ଠିତ ଏକ ସମ୍ମିଳନୀରେ ଏଭଳି କହିଛନ୍ତି ଶେହବାଜ ଶରିଫ୍। ୪୮ ଘଣ୍ଟା ମଧ୍ୟରେ ଭାରତକୁ ଚତୁର୍ଥ ଥର ଧମକ ଦେଇଛି ପାକିସ୍ତାନ। ଭାରତ ପହଲଗାମ ହମଲା ପରେ ସିନ୍ଧୁ ନଦୀ ଜଳ ଚୁକ୍ତି ବନ୍ଦ କରିଛି। ଉଭୟ ଭାରତ ଓ ପାକିସ୍ତାନ ଦେଶ ମଧ୍ୟରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନୀରଙ୍କ ଧମକ ପରେ ସରିଫଙ୍କ ବୟାନ ସାମ୍ନାକୁ ଆସିବା ପରେ ଉତ୍ତେଜନା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *