ପାଣି ପମ୍ପ ଚଲାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀ ମୃତ



ଢେଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରିଜଙ୍ଗ ଗ୍ରାମରେ ପାଣି ପମ୍ପ ଚଲାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଠିକା କର୍ମଚାରୀ ମୃତ । ଭୁବନ ଜନସ୍ବାସ୍ଥ୍ୟ ବିଭାଗରେ କାର୍ୟ୍ୟରତ ଥିବା ନିରଞ୍ଜନ ନାୟକ ବୟସ ୪୮ବର୍ଷ ଗ୍ରାମରେ ଥିବା ପାଣି ପମ୍ପ ଚଲାଇବାକୁ ଯାଇ ସେଠାରେ ବିଦ୍ୟୁତ୍ ଆଘାତ ରେ ଚେତା ଶୂନ୍ୟ ହୋଇଯାଇଥିଲେ । ବିଳମ୍ବ ହେବାରୁ ଗ୍ରାମବାସୀ ନିରଞ୍ଜନଙ୍କୁ ଚେତାସୁନ୍ୟ ଅବସ୍ଥାରେ ଦେଖି ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନାରୁ ଜଣା ପଡ଼ିଛି ନିରଞ୍ଜନ ଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିବାବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାସିକ ୧୨୦୦୦ଟଙ୍କା ଦରମାରେପରିବାର ପ୍ରତିପୋଷଣ କରୁଥିଲେ । ଶେଷ ଖବର ସୁଦ୍ଧା ଭୁବନ ପୋଲିସ ଶବକୁ ଜବତ କରି ବ୍ୟବେଛଦ ପାଇଁ ପଠାଇଥିବା ବେଳେ ଏନେଇ ଗ୍ରାମରେ ସୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *