ନ୍ୟାୟ ପାଇଁ ଆଜି ବି ସଂଘର୍ଷ କରୁଛନ୍ତି ପିହୁ ମା’

ନ୍ୟାୟ ପାଇଁ ମା’ର ଲଢେଇ । ନିଖୋଜ ପିହୁକୁ ଖୋଜି ଆଣିବାକୁ ପିହୁ ମା’ ପୁଣି ଥରେ ଧାରଣାରେ ବସିଛନ୍ତି । ପୁଣିଥରେ ନିଖୋଜ ପିହୁ ଘଟଣାର ତଦନ୍ତ ପାଇଁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମା’ ମୋନାଲିସା । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗାଁର କୁନିଝିଅ ପିହୁ । ତାର ଅପହରଣ ଘଟଣାକୁ ୫ ବର୍ଷ ପୁରିଲା । ହେଲେ ଆଜି ପର୍ୟ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁକୁ ଖୋଜି ପାରିଲେନି। ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ । ବାରମ୍ବାର ପିହୁର ମା’ ଧାରଣା ଜାରି ରଖିଥିବା ବେଳେ ପିହୁର କୌଣସି ଖବର ମିଳିନି । ଆଜି ପୁଣିଥରେ ନିରାଶ ପିହୁର ମା’ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *