ଆମେରିକା: ବେଳେବେଳେ ଅନେକ ଚମତ୍କାର ଦେଖିବାକୁ ମିଳିଥାଏ । ବର୍ତ୍ତମାନ ଆମେରିକାରେ ଜଣେ ମହିଳାଙ୍କ ଅଙ୍ଗଦାନର ଅସ୍ତ୍ରୋପଚାର ହେଉଥିବା ସମୟର କିଛି ମୂହୂର୍ତ୍ତ ପୂର୍ବରୁ ଏପରି କିଛି ଘଟିଥିଲା, ଯାହା ଡାରକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସୂଚନାନୁଯାୟୀ, ଜଣେ ୩୮ ବର୍ଷୀୟ ମହିଳା ଡାନିଏଲା ଗାଲେଗୋସ୍ କୋମାକୁ ଚାଲିଯାଇଥିଲେ । ତାଙ୍କର ଏପରି ଅବସ୍ଥା ଦେଖି ଡ଼ାକ୍ତରମାନେ ଆଶା ଉଠାଇଦେଇଥିଲେ ଏବଂ ପରିବାର ଲୋକଙ୍କୁ କହିଥିଲେ ଯେ, ସେ ସୁସ୍ଥ ହେବାର ସମ୍ଭାବନା ବହୁତ କମ୍ । ପରେ ସେମାନେ ନ୍ୟୁ ମେକ୍ସିକୋ ଡୋନର ସର୍ଭିସେସ୍ ମାଧ୍ୟମରେ ଅଙ୍ଗ ଦାନ କରିବାକୁ ରାଜି ହୋଇଥିଲେ । ଅଙ୍ଗଦାନର ଅସ୍ତ୍ରୋପଚାର ସମୟରେ ଆଲୋଚନା ଆରମ୍ଭ ହୋଇଥିଲା । ସେହି ସମୟରେ ଗାଲେଗୋସଙ୍କ ଆଖିରୁ ଲୁହ ବାହାରୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏପରି ଗତିବିଧ୍ ଦେଖିବା ପରେ ଡ଼ାକ୍ତର ଗାଲେଗୋସ୍ ଆଖି ଖୋଲିବାକୁ କହିଥିଲେ । ସେ ମଧ୍ୟ ଆଖି ଖୋଲିଥିଲେ ଯାହାପରେ ସେ ଏପର୍ଯ୍ୟନ୍ତ ବଞ୍ଚିଥିବା କଥା ସ୍ପଷ୍ଟ ହୋଇଥିଲା । ଏଥି ସହିତ ଅସ୍ତ୍ରୋପଚାର ବନ୍ଦ କରାଯାଇଥିଲା । ଯାହା ଦ୍ବାରା ଗାଲେଗୋସେନଙ୍କ ଜୀବନ ରକ୍ଷା ପାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ଅନ୍ୟପଟେ ମହିଳା ଜଣକ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟ ବିଭାଗରେ ଏକ ଅଭିଯୋଗ ଦାଖଲ କରିଥିଲେ । ଯାହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଦାନ ପ୍ରକ୍ରିୟା ପାଇଁ ନ୍ୟୁ ମେକ୍ସିକୋ ଡୋନର ସର୍ଭିସେସ୍ ଦାୟୀ ବୋଲି କହିଛି ହସ୍ପିଟାଲ ।