ଘାଟି ତଳକୁ ଖସିଲା CRPF ଯବାନ ଗାଡ଼ି

ଜମ୍ମୁ କାଶ୍ମୀରର: ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ ଏକ ବଡ଼ ଅଘଟଣ ଘଟିଛି । କଣ୍ଡୱା ଅଞ୍ଚଳ ବସନ୍ତଗଡ଼ଠାରେ CRPF ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୧୬ ଜଣ ଯବାନ ଆହତ ହେବା ସହ ୨ ଜଣ CRPF ଯବାନଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ସମସ୍ତ ଆହତଙ୍କୁ କମାଣ୍ଡ ହସ୍ପିଟାଲ ନିଆଯାଉଛି । ଡାକ୍ତର ଜିତେନ୍ଦ୍ର ସିଂ ସୋସିଆଲ ମିଡିଆ X ରେ ପୋଷ୍ଟ କରି ସେ ଲେଖିଛନ୍ତି କଣ୍ଡୱା ଅଞ୍ଚଳ ବସନ୍ତଗଡ଼ଠାରେ CRPF ର ଏକ ଗାଡ଼ି ସଡ଼କ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ । ମୁଁ ବର୍ତ୍ତମାନ ଡିସି ସଲୋନୀ ରାୟଙ୍କ ସହ କଥା ହୋଇଛି ସିଏ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି ।

ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ଜଣ ପଡ଼ିନାହିଁ । ପୁଲିସ ତଦନ୍ତରେ ଲାଗିଛି ଏବଂ ଦୁର୍ଘଟଣାର କାରଣ ଖୋଜି ବାହାର କରୁଛି । CRPF ତରଫରୁ କୁହାଯାଇଛି ଯେ ୧୮୭ ତମ ବାଟାଲିୟନର ଏକ ଗାଡ଼ି ଯେଉଁଥିରେ ୧୮ ଜଣ ଯବାନ ଥିଲେ । ଆଜି ସକାଳ ପ୍ରାୟ ୧୦:୩୦ ସମୟରେ ଏହି ଗାଡ଼ିଟି ଜମ୍ମୁ-କାଶ୍ମୀରର ଉଦ୍ଧମପୁର ଜିଲ୍ଲାରେ କଣ୍ଡୱାରୁ ବସନ୍ତଗଡ଼ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଘାଇରେ ଖସି ପଡ଼ିଥିଲା ।

Leave a Reply

Your email address will not be published. Required fields are marked *