ଅନୁଗୁଳ: ଅନୁଗୁଳରେ ଲଜ୍ଜା । ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପାଲଲହଡା ଅଞ୍ଚଳରେ ଗତ ୩ ତାରିଖରେ ଜଣେ ମହିଳା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ବାଟରେ ଯାଉଥିବାବେଳେ ଶୌଚ ହେବାକୁ ବାରମଞ୍ଜା ଜଙ୍ଗଲକୁ ଯାଇଥିଲେ । ସେଠାରେ ଟ୍ରାକ୍ଟରରେ ଥିବା କିଛି ଶ୍ରମିକ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ।

ଏନେଇ ବାଗେଡିଆ ଥାନାରେ ଏତଲା ଦେଇଥିଲେ ମହିଳା । ପରେ ମାମଲା ରୁଜୁ କରିବା ସହ ଅନୁଗୁଳ ଏସପି ୩ଟି ପୋଲିସ ଟିମ୍ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେନେଇ ଖୋଳତାଡ କରୁଛି ପୋଲିସ । ୩୦ଦିନ ଭିତରେ ମାମଲାର ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି କହିଛନ୍ତି ଏସପି ।