ମୁମ୍ବାଇ: ସୋସିଆଲ ମିଡିଆରେ ଫଟୋ ହେଲା ଭାଇରଲ। ଲୋକପ୍ରିୟ ସେଲିବ୍ରିଟି ଶେହନାଜ ଗିଲ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ଖବର ମିଳିନାହିଁ । ଯାହାର ସୂଚନା ତାଙ୍କ ଭାଈ ଶାହବାଜ ଦେବାସହ ଭିଡିଓ କଲର କିଛି ଫଟୋ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ଶେହନାଜଙ୍କୁ ହସ୍ପିଟାଲ ବେଡରେ ଶୋଇଥିବାର ଦେଖିବାକୁ ମିଳିଛି । ଏଥି ସହ ତାଙ୍କ ସାଙ୍ଗ କରଣବୀର ମଧ୍ୟ୍ୟ ଭେଟିବାକୁ ଆସିଛନ୍ତି । ଯାହାକୁ ସେ ତାଙ୍କ ସୋସିଆଲ ମିଡିଆ ପେଜରେ ସେୟାର କରିବା ସହ ଭିଡିଓ ମାଧ୍ୟ୍ୟମରେ କିଛି କହୁଥିବାର ଦେଖିବାକୁ ମିଳୁଛି । ଯେଉଁଥିରେ ସେ କହିଛନ୍ତି ’’ ସମସ୍ତେ ହୃଦୟର ସହିତ ପ୍ରାର୍ଥନା କରନ୍ତୁ ଯାହା ଫଳରେ ସେ ଝିଅଟି ଖୁବଶୀଘ୍ର ଭଲ ହୋଇ ଫେରି ଆସିବ । ’’ ଏମିତି କଥା ଶୁଣିବା ପରେ ଶେହନାଜ ବେଡରେ ଶୋଇ ହସିବା ସହ ହାତରେ ଏକ ବ୍ୟାଣ୍ଡେଜ ହୋଇଥିବାର ଭିଡିଓରେ ଦେଖିବାକୁ ମିଳିଛି ।

ଯଦି ତାଙ୍କ କାମ ବିଷୟରେ କୁହାଯାଏ ତେବେ ସେ ଅନେକ ଫିଲ୍ମରେ ଅଭିନୟର ଯାଦୁ ଦେଖାଇଛନ୍ତି । ବିଗ୍ ବସ ୧୩ରୁ ତାଙ୍କୁ ଗୋଟିଏ ସ୍ବତନ୍ତ୍ର ପରିଚୟ ମିଳିଥିଲା । ଯଦି କରଣବୀରଙ୍କ କଥା କୁହାଯାଏ ତେବେ ସେ ଖତରୋକେ ଖିଲାଡି ଏବଂ ବିଗ୍ ବସ୍ ଉଭୟରେ ଟ୍ରଫି ହାସଲ କରିବାରେ ସଫଳ ହୋଇଛନ୍ତି ।