ଭୁବନେଶ୍ବର: ପୁରୀଜିଲ୍ଲା ବଳଙ୍ଗା ଥାନା ବାଇଆବରର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ପୀଡ଼ିତା ଜଣେ ଯୁକ୍ତ-୨ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି।
ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଭାତୀ ପରିଡ଼ା
