
ପୁରୀ ଜିଲ୍ଲା ବଳଙ୍ଗା ଥାନା ବାଇଆବରର ଜଣେ ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ। ପୀଡ଼ିତା ଜଣେ ଯୁକ୍ତ-୨ ଛାତ୍ରୀ ବୋଲି ଜଣାଯାଇଛି। ତାଙ୍କୁ ନିଆଁ ଲଗାଇ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ନାବାଳିକାଜଣକ ସାଇକେଲରେ ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ନାବାଳିକାଙ୍କୁ ଅଟକାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି।
ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।