ପୁରୀ,୦୨/୦୭: ଘୋଷ ଯାତ୍ରାରେ ବଡ଼ଦାଣ୍ଡରେ ତିନି ରଥ ଟଣା ହୋଇ ଗୁଣ୍ଡିଚା ଘର ସମ୍ମୁଖରେ ପହଞ୍ଚିଥିଲା । ଏଣିକି ଠାକୁରଙ୍କ ବାହୁଡ଼ା ଯାତ୍ରାର ପ୍ରସ୍ତୁତି । ଶରଧାବାଲିରେ ବୁଧବାର ରଥ ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ । ଏଣୁ ଦଣିକ୍ଷ ମୋଡ଼ ପୂର୍ବରୁ ମଙ୍ଗଳବାର ତିନି ରଥ ଯାଞ୍ଚ କରାଯାଇ ଆବଶ୍ୟକ ମରାମତି କରାଯାଇଛି । ତାଳଧ୍ୱଜ ରଥର ୩ଟି ଚକରେ ୪ଟି ଲେଖା ପ୍ଲେଟ୍ ଲାଗିଛି । ଏଥିସହ ନନ୍ଦିଘୋଷ ରଥର ନାହାକା ଅଖରେ କ୍ଲାମ୍ପ ଲାଗିଛି । ସେହିଭଳି ଦେବଦଳନ ରଥର ସ୍ଥିତି ପରଖି ଆବଶ୍ୟକ ମରାମତି ହୋଇଛି ।
ଆଜିଠୁ ବାହୁଡ଼ା ପ୍ରସ୍ତୁତି; ତିନି ରଥ ନେବ ଦକ୍ଷିଣ ମୋଡ଼
