କେଉଁ ସ୍ଥିତିରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି ପଢ଼ନ୍ତୁ ପୁରା ତଥ୍ୟ।

ନୂଆଦିଲ୍ଲୀ,୨୫/୦୬: ୧୯୭୫ ଜୁନ୍‌ ୨୫ ରାତିରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି । ମାର୍ଚ୍ଚ ୨୧ ୧୯୭୭ ମସିହା (୨୧ ମାସ) ଯାଏ ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜାରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ୨୬ ଜୁନ୍‌ରେ ରେଡ଼ିଓ ମାଧ୍ୟମରେ ଏମଜେନ୍ସିଂ ନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । ଆଜି ଏମରଜେନ୍ସିକୁ ୫୦ ବର୍ଷ ପୂରଣ ହୋଇଛି । ଏହାକୁ ଭାରତର ଗଣନ୍ତ୍ରାତିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ ବୋଲି କୁହାଯାଏ । ରାଜନୈତିକ ଅସ୍ଥିରତା ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିବା କୁହାଯାଏ । ଏହି ସମୟରେ ଅନେକ ଜିନିଷରେ ପ୍ରତିବନ୍ଧକ ଲଗାଯାଇଥିଲା । ଗଣମାଧ୍ୟମର ସ୍ୱର ଦମନ କରିବା ସହିତ ନାରଗିକ ସ୍ୱାଧୀନତା ଓ ସୁରକ୍ଷାକୁ ସୀମିତ କରାଯାଇଥିଲା । ଆଜିର ଦିନକୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳିବାକୁ ନିଷ୍ପତ୍ତି । ଏକଛତ୍ରବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଦେଶ କହିଲେ ଗୃହମନ୍ତ୍ରୀ ଅମିତ୍ ଶାହ ।

କେଉଁ ସ୍ଥିତିରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି

ଜରୁରୀକାଳୀନର ମୁଖ୍ୟ କାରଣ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ପାଇଁ ହୋଇଥିବା କୁହାଯାଏ । ଏହି ନିଷ୍ପତ୍ତି ପାଇଁ ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚନ ପ୍ରଚାର ଅଭିଯାନରେ ଅସାଦାଚରଣର ଦୋଷୀ କରାଯାଇଥିଲା । ୧୯୭୧ରେ ଇନ୍ଦିରା ଗାନ୍ଧୀଙ୍କ ବଡ଼ ବିଜୟ ହୋଇଥିଲା । ଜୁନ୍ ୧୨ ତାରିଖ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଥିଲେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହୋଇଛି । ସେ ଆଗମୀ ୬ ବର୍ଷ ପାଇଁ ନିର୍ବାଚନ ଲଢିପାରିବେ ନାହିଁ । ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା । ହଠାତ୍ ରାଜନୈତିକ ପାଣିପାଗ ଗରମ ହୋଇଥିଲା । ଏହାର ୧୨ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୫ ତାରିଖରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ରାଜନୀତିରେ ଯଦି କଳାନ୍ତର ଥାଏ ତେବେ ଏମଜେନ୍ସି ବା ଜାରୁରୀକାଳୀନ ପରିସ୍ଥିତି ଗୋଟିଏ ଅଧ୍ୟାୟ । ଯାହା ଯନ୍ତ୍ରଣାଦାୟକ ଥିଲା । ଜରୁରୀକାଳୀନ ପରିସ୍ଥିତି ତାଙ୍କ ଛବିକୁ କଳଙ୍କିତ କରିଥିବା ଅନେକ ମତ ଦିଅନ୍ତି । ଇନ୍ଦିରା ଗାନ୍ଧୀ ସରକାର ଦ୍ୱାରା ଉଠାଯାଇଥିବା ଏହି ପଦକ୍ଷେପ ଦେଶର ଅନେକ ଐତିହାସିକ ଘଟଣାର କାରଣ ହୋଇଥିଲା । ସ୍ୱତନ୍ତ୍ର ଭାରତ ଇତିହାସରେ ଏହା ସବୁଠୁ ବିବାଦସ୍ପଦ ସମୟ ଥିଲା । ୨୧ ମାସ ଯାଏ ଦେଶରେ ଏମଜେନ୍ସି ଲାଗୁ ହୋଇଥିଲା ।

ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି ଫଖରୁଦ୍ଦିନ ଅଲ୍ଲୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୫୨ ଜରିଆରେ ଦେଶରେ ଏମରଜେନ୍ସି ଘୋଷଣା ହୋଇଥିଲା । ଏହାକୁ ୫୦ ବର୍ଷ ପୂରଣ ହୋଇଥିବାକୁ କଂଗ୍ରେସକୁ ଭାଜପା ଟାର୍ଗେଟ କରିଛି । ଲୋକତନ୍ତ୍ରର ହତ୍ୟା କରିବା ସହ କ୍ଷତି ପହଞ୍ଚାଇଥିବା ନେଇ ବିରୋଧୀ ଚେଷ୍ଟା କରିଥିବା କହି ନିଶାନା ମାରିଛି ଶାସକ ଦଳ ।

Leave a Reply

Your email address will not be published. Required fields are marked *