ସୋସିଆଲ୍‌ ମିଡିଆରେ ହଇ ଚଇ। ଝାରସୁଗୁଡା ବିଜେଡି ରେ…

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘର ଓ କମ୍ପାନି ସମେତ ବିଭିନ୍ନ ସ୍ଥାନରେ ଗତ ୫ ଦିନ ହେଲା ଆୟକର ଚଢ଼ଉ ଜାରି ରହିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବର୍ତ୍ତମାନ ସୁଦ୍ଧା ୩ ଥର ଆୟକର ବିଭାଗ ସ୍ବର୍ଗତ ଦାସଙ୍କ ପରିବାରର ବିଭିନ୍ନ ଠିକଣାରେ ଓ ସହଯୋଗୀଙ୍କ ଘରେ ଚଢ଼ଉ କଲାଣି। କିନ୍ତୁ ଏହି ପ୍ରସଙ୍ଗରେ ବିଜେଡି ନିରବ ରହିବାକୁ ନେଇ ସ୍ଥାନୀୟ କର୍ମୀ, ବିଶେଷ କରି ନବଙ୍କ ପରିବାର ଅନୁଗତମାନେ ସହଜରେ ଗ୍ରହଣ କରି ପାରିନାହାନ୍ତି। ନବଙ୍କ ପରିବାର ଅନୁଗତ ତଥା ଦୀପାଳି ଦାସଙ୍କ ସମର୍ଥକ ଓ କର୍ମୀ ମହଲରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଟିମ୍‌ ଦୀପାଳି ଦାସ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରତିଫଳିତ ହେବା ସହ ‘ବିଜେଡ଼ି ଛାଡ଼ିଦେବା କଥା’ ବୋଲି ମତପ୍ରକାଶ ପାଇଲାଣି। ଏ ନେଇ ଜିଲ୍ଲା ବିଜେଡି ସଭାପତି ହରୀଶ ଗଣତ୍ରାଙ୍କୁ ପଚାରିବାରେ, ଯେତେବେଳେ ଏକ ସରକାରୀ ପ୍ରକ୍ରିୟା ଜାରି ରହିଛି ସେ ସମୟରେ କୌଣସି ବିବୃତି ଦେବା ଠିକ୍‌ ନୁ‌ହେଁ; ସମୟ ଆସିଲେ ସେମାନେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି। ସେପଟେ ଦଳ ଛାଡ଼ିଦେବା ପ୍ରସଙ୍ଗ ନେଇ ଚର୍ଚ୍ଚା ହେଉଛି ସତ, କିନ୍ତୁ ଯେ ପର୍ଯ୍ୟନ୍ତ ନବଙ୍କ ପୁଅ ବିଶାଳ ଦାସ କିମ୍ବା ଝିଅ ଦୀପାଳି ଦାସ ନିଜେ ଘୋଷଣା ନ କରିଛନ୍ତି ତାକୁ ସତ ବୋଲି ଗ୍ରହଣ କରାଯିବନି ବୋଲି ଶ୍ରୀ ଗଣତ୍ରା କହିଛନ୍ତି

Leave a Reply

Your email address will not be published. Required fields are marked *