ରିଷଭ ପନ୍ତଙ୍କ ଉପରେ ୨୪ଲକ୍ଷ ଟଙ୍କାର ଜରିମାନା ଲଗାଇଲା BCCI।

ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିଲା ଆଇପିଏଲ୍‌ ମୁକାବିଲା । ତେବେ ଏହି ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ଦଳ ୫୪ରନରେ ଶୋଚନୀୟ ପରାଜୟ ବରଣ କରିଛି । ମ୍ୟାଚ୍ ପରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ (LG) ଅଧିନାୟକ ରିଷଭ ପନ୍ତଙ୍କ ଉପରେ ମଧ୍ୟ ୨୪ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ସ୍ଲୋ ଓଭର ବୋଲିଂ ପାଇଁ ତାଙ୍କୁ ଏହି ଜରିମାନା ଲାଗୁ କରାଯାଇଛି ।

ଏହି ସିଜନରେ ଦ୍ୱିତୀୟ ବାର ତାଙ୍କୁ ଏପରି ଫାଇନ୍ ଲାଗୁ କରାଯାଇଛି । ଏଲଏସଜି ଓଭର-ରେଟ୍ ସମ୍ବନ୍ଧୀୟ ଉଲ୍ଲଂଘନ ହୋଇଥିବାରୁ, ଅଧିନାୟକ ରିଷଭ ପନ୍ତଙ୍କୁ ଆଇପିଏଲ ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଆଇପିଏଲ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଦଳର ଅନ୍ୟ କିଛି ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି।

କହିବାକୁ ଗଲେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୧୫ ରନ କରିଥିଲା । ଜବାବରେ ଲକ୍ଷ୍ନୌ ଦଳ ୧୬୧ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହି ବିଜୟ ସହିତ, ମୁମ୍ବାଇ କ୍ରମାଗତ ପଞ୍ଚମ ବିଜୟ ହାସଲ କରିଛି ଏବଂ ପ୍ଲେଅଫ୍ ଦୌଡ଼ରେ ନିଜର ସ୍ଥିତିକୁ ମଜବୁତ କରିଛି।

ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ୱିଲ୍ ଜ୍ୟାକ୍ସ ଏବଂ ସୂର୍ଯ୍ୟକୁମାର ଯାଦବ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଏବଂ ଦୀପକ ଚହର ପ୍ରାରମ୍ଭିକ ୱିକେଟ୍ ନେଇ ଲକ୍ଷ୍ନୌର ଆଶାକୁ ଧୂଳିସାତ୍ କରିଥିଲେ।

Leave a Reply

Your email address will not be published. Required fields are marked *