ମହିଳାଙ୍କ ହାତ ମୁହଁ ବାନ୍ଧି ଦୁଷ୍କର୍ମ!

ଗତ ୨୨ ତାରିଖ ଦିନ ସଂଧ୍ୟା ସମୟରେ ଯାଜପୁର ଟାଉନ ଥାନା ନିକଟ ଗାନ୍ଧୀ ଛକ ଠାରେ ଜଣେ କର୍ମଜୀବୀ ମହିଳା ଘରକୁ ଯିବା ଲାଗି ଗାଡିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଅଟୋ ଚାଳକ ମହିଳାଙ୍କୁ ଘର ପାଖ ବଜାରରେ ଛାଡି ଦେବାକୁ କହି ଡାକିଥିଲେ। ପୂର୍ବରୁ ଗାଡିରେ ୨ ଜଣ ଯୁବକ ବସିଥିବା ବେଳେ ମହିଳା ଜଣକ ଗାଡିରେ ଆସିଥିଲେ। ଅଟୋରେ କିଛି ବାଟ ଗଲା ପରେ ଯୁବକ ଦ୍ବୟ ଗାଡି ଭିତରେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା ସହ ଓଢଣୀରେ ତାଙ୍କ ମୁହଁ ବାନ୍ଧିବା ସହ ହାତକୁ ମଧ୍ୟ ବାନ୍ଧି ପକାଇଥିଲେ। ସେମାନେ ଯାଜପୁର ସହର ସଂଲଗ୍ନ ଏକ ନିଛାଟିଆ ଜାଗାକୁ ଗାଡି ନେଇ ଯାଇଥିବା ବେଳେ ସେଠାରେ ପୂର୍ବରୁ ୩ ଜଣ ମଦ୍ୟପ ଯୁବକ ଥିଲେ। ପରେ ସମସ୍ତେ ଗଣଦୁଷ୍କର୍ମ କରିବା ସହ ମହିଳାଙ୍କୁ ନିର୍ଧୁମ୍ ମାଡ ମାରିଥିଲେ। ମହିଳା ଦୌଡି ପଳାଇବାକୁ ଉଦ୍ୟମ କରିବାରୁ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । ମହିଳାଙ୍କୁ କିଛି ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *