ବୁଧବାର ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହା ବ୍ୟତୀତ ୧୭ ଜଣ ଆହତ ମଧ୍ୟ ହୋଇଥିଲେ। ଗୋଟିଏ ପଟରେ ମୃତକ ଓ ଆହତଙ୍କ ପାଇଁ ସମଗ୍ର ଦେଶ କାନ୍ଦୁଥିବା ବେଳେ ସୁଲତାଙ୍କ ବୟାନ ମୃତକଙ୍କ ପରିବାର ପାଇଁ କଟା ଘାରେ ଲୁଣ ସଦୃଶ ସାବ୍ୟସ୍ତ ହୋଇଛି।
ପ୍ରାଣ ହରାଇଥିବା ପୀଡିତଙ୍କୁ ନେଇ ସୁଲତାଙ୍କ ବୟାନ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଧର୍ମ ପଚାରି ହତ୍ୟା କରିବା ଅସମ୍ଭବ ବୋଲି ସୁଲତା ବୟାନ ଦେଇଛନ୍ତି।