୮୭ ବର୍ଷ ବୟସରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଭେଟେରାନ ଅଭିନେତା ମନୋଜ କୁମାର।

ଭେଟେରାନ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ହୋଇଛି । ୮୭ ବର୍ଷ ବୟସରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମନୋଜ କୁମାର ନିଜର ଦେଶାତ୍ମକ ଫିଲ୍ମଗୁଡିକ ପାଇଁ ବେଶ୍ ଲୋକପ୍ରିୟ ରହିଥିଲେ । ତାଙ୍କୁ ଶ୍ରଦ୍ଧାରେ ‘ଭାରତ କୁମାର’ ବୋଲି ଡକାଯାଉଥିଲା । ସେ ‘କ୍ରାନ୍ତି’, ‘ଉପକାର’, ‘ମୈଦାନୀ ଜଙ୍ଗ’ ଇତ୍ୟାଦି ଅନେକ ଦେଶାତ୍ମକବୋଧ ଫିଲ୍ମରେ ଅଭିନୟ କରି ବିପୁଳ ଲୋକପ୍ରିୟତା ସାଉଁଟିଥିଲେ । ଭାରତୀୟ ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୨ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *