ଭୁବନେଶ୍ୱର: କିଛି ଦିନ ପୂର୍ବରୁ ବିଧାନସଭାରେ କଂଗ୍ରେସ ହଙ୍ଗାମା କରି ରାଜ୍ୟବ୍ୟାପୀ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ଏକ ଆନ୍ଦୋଳନର ସୂତ୍ରପାତ ଆରମ୍ଭ କରିଛି। ଓଡ଼ିଶା କଂଗ୍ରେସ ପଦେଶ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ପୁଣି ରାଜ୍ୟବ୍ୟାପି ଆନ୍ଦୋଳନ ନେଇ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବା ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟାଳୟରେ କଂଗ୍ରେସ ଶୋଭାଯାତ୍ରା କରିବ। ଏହାପରେ ଦଳ ଅପ୍ରେଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବ।
ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିବ କଂଗ୍ରେସ
