ଆଇପିଏଲ୍ର ୧୧ତମ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ। ରୋମାଞ୍ଚକର ମ୍ୟାଚ୍ରେ ରାଜସ୍ଥାନ ୬ ରନରେ ଚେନ୍ନାଇକୁ ହରାଇଛି। ଏଥିସହ ରାଜସ୍ଥାନ ଚଳିତ ଆଇପିଏଲ୍ ସିଜିନରେ ନିଜର ପ୍ରଥମ ବିଜୟ ହାସଲ କରିଛି। ଚେନ୍ନାଇ ପ୍ରଥମ ମ୍ୟାଚ୍ ଜିତିବା ପରେ ଲଗାତାର ଦ୍ଵିତୀୟ ପରାଜୟ ଭୋଗିଛି। ରାଜସ୍ଥାନ ରୟାଲ୍ସ ଦ୍ଵାରା ଧାର୍ଯ୍ୟ ୧୮୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇ ୬ ଓ୍ଵିକେଟ୍ ହରାଇ ୧୭୬ ରନରେ ସୀମିତ ରହିଥିଲା। ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ୬୩ ରନ ଇନିଂସ ବୃଥା ହୋଇଛି। ରବୀନ୍ଦ୍ର ଜାଡ଼େଜା ୩୨ ରନରେ ଅପରାଜିତ ଥିଲେ। ଏହା ପୂର୍ବରୁ ରାଜସ୍ଥାନ ନୀତିଶ ରାଣାଙ୍କ ୮୧ ରନର ବିଧ୍ଵଂସୀ ଇନିଂସ ବଳରେ ୧୮୨ ରନ କରିଥିଲା। ରାଜସ୍ଥାନ ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି
ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ଚେନ୍ନାଇକୁ ଜିତାଇ ପାରିଲେନି ଧୋନୀ।
