କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାଇୱା ମାଡ଼ିଯିବା ଫଳରେ ଚା’ ଦୋକାନ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ଦୁର୍ଘଟଣାସ୍ଥଳରେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି। ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।
ଦୁଖଃଦ ଖବର :ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି।
