ମଙ୍ଗଳବାର ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଭେଟିବ ଷ୍ଟିଭେନ୍ ସ୍ମିଥଙ୍କ କଙ୍ଗାରୁ ଦଳକୁ। ସଦ୍ୟତମ ବିଗତ ଦୁଇଟି ଆଇସିସି ଇଭେଣ୍ଟ୍ ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ ଏବଂ ୨୦୨୪ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଭାରତୀୟ ଦଳକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଏହି ଧାରାକୁ ଆଗକୁ ବଢ଼ାଇବ ବୋଲି ବିଶ୍ବାସ ରଖିଛି। କିନ୍ତୁ ଦୁବାଇରେ ଗତ ଦୁଇ ସପ୍ତାହ ହେବ ଡେରା ପକାଇଥିବା ଭାରତକୁ ହରାଇବା ନିଶ୍ଚିତ ଅସନ୍ତୁଳିତ ଅଷ୍ଟ୍ରେଲିଆ ପାଇଁ ଏଥର କଷ୍ଟକର ହେବ ବୋଲି ବିଶ୍ବାସ କରାଯାଉଛି। ଦୁବାଇରେ ଭାରତ ବିଗତ ୩ ମ୍ୟାଚ୍ରେ ଅପରାଜିତ ରହିବା ସହ ପିଚ୍ ଓ ପରିବେଶ ସହ ଖାପଖୁଆଇ ସାରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମ୍ୟାଚ୍ ଖେଳିବାରୁ ବଞ୍ଚିତ ରହିଛି। ମାତ୍ର ଗୋଟିଏ ମ୍ୟାଚ୍ରେ ଦଳ ଇଂଲଣ୍ଡକୁ ହରାଇଥିବା ବେଳେ ଅନ୍ୟ ୨ଟିକୁ ବର୍ଷା ଧୋଇନେଇଥିଲା। ଇଂଲଣ୍ଡ ବିପକ୍ଷରେ ଦଳର ବୋଲରମାନେ ୩୫୦ ରନ୍ ବ୍ୟୟ କରିଥିଲେ। କିନ୍ତୁ ବ୍ୟାଟର୍ଙ୍କ ସଫଳ ପଶ୍ଚାତ୍ଧାବନ କାରଣରୁ ଦଳ ବିଜୟୀ ହୋଇପାରିଥିଲା। ଏବେ ଦୁବାଇର ମନ୍ଥର ପିଚ୍ରେ ଅଷ୍ଟ୍ରେଲିଆ ପାଇଁ ଭାରତୀୟ ସ୍ପିନର ବଡ଼ ଆହ୍ବାନ ସୃଷ୍ଟି କରିବେ ନିଶ୍ଚିତ।
ଆଜି ପ୍ରଥମ ସେମିଫାଇନାଲ୍… କିଏ ଜିତିବ ଆଜିର ମ୍ୟାଚ?
