ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମ୍‌ବ୍ରାଞ୍ଚ ଘାଣ୍ଟିବ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ଆଜି ବି ସରଗରମ ଚର୍ଚ୍ଚା ଲାଗିରହିଛି। ଏହି ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ବୟାନବାଜି ଲାଗିରହିଛି। ଏହା ଭିତରେ ଆସିଛି ପୁଣି ଏକ ରୋଚକ ଖବର। ସ୍ବର୍ଗତ ନବ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଳଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ନୋଟିସ୍ କରିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ସେମାନେ କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତକୁ ନେଇ ସେମାନଙ୍କ କିଛି କହିବାର ଥିଲେ ବା ଆପତ୍ତି ଥିଲେ, ସେମାନେ ସେଦିନ ଜଣାଇପାରିବେ ବୋଲି କୁହାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍‌ର ଏହି ନୋଟିସ୍‌ ଏବେ ସବୁ ମହଲରେ ଉତ୍କଣ୍ଠା ବଢ଼ାଇଛି। ଦୀପାଳି ଓ ବିଶାଳ କ୍ରାଇମ୍‌ବ୍ରାଞ୍ଚ୍‌କୁ କ’ଣ କହିବେ? ତଦନ୍ତରେ ତ୍ରୁଟି ରହିଛି ବୋଲି ଅଭିଯୋଗ ଆଣିବେ କି? ତଦନ୍ତର କେଉଁ କେଉଁ ଦିଗକୁ ନେଇ ସେମାନେ ଆପତ୍ତି ଉଠାଇବେ? ଏମିତି ବିଭିନ୍ନ ପ୍ରଶ୍ନକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ତେଣୁ କିଛି ଦିନ ହେଲା ସିବିଆ‌ଇ ତଦନ୍ତ ପ୍ରସଙ୍ଗରେ ଲାଗି ରହିଥିବା ହଟଚମଟ ଏହି ନୋଟିସ୍‌କୁ ନେଇ ପୁଣି ରାଜନୈତିକ ହଇଚଇ ସୃଷ୍ଟି କରିବ ବୋଲି ଜଣାପଡ଼ିଛି।    

Leave a Reply

Your email address will not be published. Required fields are marked *