ମୋପ୍ରେମ ପାଇଁ ମୁଁ କିଛି ବି କରିପାରେ. ମୋର ପ୍ରେମିକ ଦରକାର.. ମୁଁ ନୂଆ ସ୍ୱାମୀ ପାଇଁ ସାତ ବର୍ଷର ପ୍ରେମିକ କୁ ଭୁଲି ପାରିବି ନାହିଁ… ଅଗ୍ନି କୁ ସାକ୍ଷୀ ରଖି ବେଦିରେ ବସି ସାତ ଜନ୍ମ ଜନ୍ମାନ୍ତରକୁ ସାଥି ହେବା ପରିବର୍ତ୍ତେ ଆଡେଇ ଦେଇ ଚାଲିଗଲେ ନବ ଵିଭାହିତ ମହିଳା ବର୍ଷା .. ରୋଷଣୀ ହେଲା ବାଣ ଫୁଟିଲା ସହର ସାରା ବାଜା ବଜାଇ କେତେ ଖୁସିରେ ପୁଅ ବାହା ହେଲା. ଭୋଜି ଭାତ ମଧ୍ୟ୍ୟ ଆୟୋଜନ ହେଲା..କିନ୍ତୁ ଠିକି ଦୁଇ ଦିନ ପରେ ନବ ଵିବାହିତ ଝିଅର ମନେ ପଡ଼ିଗଲା ସାତ ବର୍ଷ ତଳର ପ୍ରେମ କଥା..କଥାରେ ଅଛି ପ୍ରେମ କି ମାନେ କାନ୍ଥ ବାଡ଼. କଥା ଏତିକିରେ ସରିଲା ନାହିଁ କଥା ଯାଇ ପହଁଚିଲା ତାଳଚେର ସଦର ଥାନାରେ. ତେବେ ଘଟଣାଟି ହେଉଛି ତାଳଚେର ଥାନା ପୌରାଞ୍ଚଳ ର ବଡ ଦାଣ୍ଡ ସାହି 1ନଂ ୱାର୍ଡ ବାସିନ୍ଦା ଟୀକନ ବେହେରାଙ୍କ ର ଗତ 18-02-2025 ରିଖ ଦିନ ଟୀକନ ବେହେରା ବଅଁରପାଳ ବ୍ଲକ ତୁଳସୀ ପାଳ ଗାଁର ବର୍ଷା ଦେହୁରୀ ଙ୍କୁ ବୈଦିକ ରୀତିନୀତି ଅନୁଯାଇ ବିଭାହ ସମ୍ପର୍ଣ କରିଥିଲେ ଠିକି ୩ ଦିନ ପରେ ଅର୍ଥାତ ଆଜି ଚଉଠି ଦିନ ଥିବାବେଳେ ହଟାତ ବର୍ଷା ଦେହୁରୀ ନିଜ ପୁରୁଣା ପ୍ରେମିକ ଶିବୁ ଦେହୁରୀ କୁ ବିବାହ କରିବାକୁ ଜିଦି ଧରିଥିଲେ ଏବଂ ତାଙ୍କ ଇଚ୍ଛା ଅନୁସାରେ ଏହି ବିବାହ ହୋଇ ନାହିଁ ତାଙ୍କୁ ତାଙ୍କ ବାପା ମା ଜୋର ଜବରଦସ୍ତ ଟୀକନଙ୍କ ସହ ବିବାହ କରିଛନ୍ତି..ଏହି ବିବାହରେ ସେ ଖୁସି ନାହାନ୍ତି ବୋଲି କହି ସେ ଟୀକନ ସହିତ ବୈବାହିକ ଜୀବନ ଗଢି ପାରିବେ ନାହିଁ ଓ ତାଙ୍କୁ ତାଙ୍କ ପୁରୁଣା ପ୍ରେମିକ ଶିବୁଙ୍କ ସହିତ ବିବାହ କରି ଦିଆ ଯାଉ ବୋଲି ରୋକଠୋକ ଭାବେ ବର୍ଷା ଦେହୁରୀ ତାଙ୍କ ନୂଆ ସ୍ୱାମୀ ଟୀକନ ଓ ଶାଶୁ ଘର ଲୋକଙ୍କୁ ଶୁଣାଇ ଦେଇଛନ୍ତି..ଯାହା ଫଳରେ ନୂଆ କରି ବିବାହ କରିଥିବା ଟୀକନ ନିଜ ସ୍ତ୍ରୀ ବର୍ଷା ଙ୍କ ମୁହଁରୁ ସବୁ ଶୁଣିଲା ପରେ..ସଙ୍ଗେ ସଙ୍ଗେ ବର୍ଷାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ ଉଭୟ ପରିବାର ଯାଇ ତାଳଚେର ଥାନାରେ ଦ୍ୱାରସ୍ତ ହୋଇଥିଲେ.ଉଭୟ ପକ୍ଷ କିଛି ସମୟ ଆଲୋଚନା ହେଲା ପରେ. କିଛି ସମାଧାନ ର ବାଟ ବାହାରି ନଥିବାରୁ.ବର୍ଷା ଥାନା ସମୁଖରେ ଟୀକନ ସହ ରହିବା ପାଇଁ ରୋକ ଠୋକ ମନା କରି ଦେଇଥିଲେ ଯାହା ଫଳରେ ବର୍ଷା ଏବଂ ଟୀକନ ଙ୍କ ଉଭୟ ପରିବାର ଓ ସାହି ମୁରବି ରହି ତାଳଚେର ପୁଲିସି ଙ୍କ ଉପସ୍ଥିତ ରେ ନିଜେ ଏକ ଚୁକ୍ତିନାମା ଲେଖି ଦେଇ ତାଙ୍କ ପୁରୁଣା ପ୍ରେମିକ ଶିବୁ ଦେହୁରୀ ପାଖକୁ ଚାଲି ଯାଇଛନ୍ତି..ଦର୍ଶକ ବନ୍ଧୁ ଏ କେଉଁ ମନ ଗଢ଼ା କାହାଣୀ ବା ଫିଲିମ୍ ର ଦୃଶ୍ୟ ନଥିଲା..ଆମ କ୍ୟାମେରା ସାମ୍ନାରେ ଯାହା ଭିଡିଓ ଉତ୍ତଳନ ହୋଇଥିଲା ତାହା ଆପଣକୁ ଆମେ ଦେଖାଉ ଥିଲୁ. ଆମ ଚ୍ୟାନେଲ ମାଧ୍ୟମରେ ଆପଣକୁ ଅନୁରୋଧ ଯେତେବେଳେ ପୁଅ ଏବଂ ଝିଅର ବିବାହ ପ୍ରସ୍ତାବ ପକାଉ ଛନ୍ତି ପ୍ରଥମେ ପୁଅ ଓ ଝିଅଙ୍କୁ ପଚାରି ନିଅନ୍ତୁ.. କାରଣ ସମାଜରେ ମା ଏବଂ ବାପା ଙ୍କ ର ସନ୍ନମାନ ହାନି ନ ହେଉ.. ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ
ମୁଁ ନୂଆ ସ୍ୱାମୀ ପାଇଁ ସାତ ବର୍ଷର ପ୍ରେମିକ କୁ ଭୁଲି ପାରିବି ନାହିଁ! ଶେଷରେ……
