ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି। ଏଣୁ ସେମାନଙ୍କ ରହିବା ଲାଗି ଓଡ଼ିଶା ସରକାର ଅତିଥି ଭବନ ନିର୍ମାଣ କରିବେ। ଉତ୍ତର ପ୍ରଦେଶ ସରକାର ଜମି ଯୋଗାଇଦେବା ମାତ୍ରେ ଅତିଥି ଭବନ ନିର୍ମାଣ କାମ ଆରମ୍ଭ ହେବ। ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପରିବାର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବା ସହ ଓଡ଼ିଶା ଓ ଦେଶର ଉନ୍ନତି କାମନା କରି ପୂଜାର୍ଚ୍ଚନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପରିବାର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିବା ସହ ଓଡ଼ିଶା ଓ ଦେଶର ଉନ୍ନତି କାମନା କରି ପୂଜାର୍ଚ୍ଚନା କରିଛନ୍ତି।
