ପ୍ରୟାଗରାଜର ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ ପ୍ରତିଯୋଗିତା ଭିତରେ ଦଳଚକଟା । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହତଙ୍କ ଚାଲିଛି ଚିକିତ୍ସା । ପ୍ରଧାନମନ୍ତ୍ରୀ ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହୋଇ ମିନିଟ୍ ଟୁ ମିନିଟ୍ ଅପଡେଟ ନେଉଛନ୍ତି । ଭିଆଇପି କଲଚର୍ ପାଇଁ ଏଭଳି ସ୍ଥିତି ହେଲା ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । କିଛି ସମୟ ପରେ ସ୍ଥିତିରେ ସୁଧାର ଆସିବା ପରେ ଆରମ୍ଭ ହୋଇଥିଲା ଅମୃତ ସ୍ନାନ । ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ କରିଛନ୍ତି କୋଟି କୋଟି ଶ୍ରଦ୍ଧାଳୁଙ୍କ ସହ ସାଧୁସନ୍ଥ ଓ ଆଖଡ଼ା ପରିଷଦ ।
ମହାକୁମ୍ଭରେ ଦଳାଚକଟା, ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
