ଭୁବନେଶ୍ୱର ବାସିନ୍ଦା ହେଉଛନ୍ତି ଅନୀଲ ମହାନ୍ତି। ସିଏ ପେସାରେ ଜଣେ ବ୍ୟବସାୟୀ। ତାଙ୍କ ନାଁରେ ଦୁଇଟି କମ୍ପାନୀ ରେଜିଷ୍ଟ୍ରେସନ୍ ହୋଇଛି। ପଟିଆରେ ଖୋଲିଛନ୍ତି ଅଫିସ୍। ଚର୍ଚ୍ଚା ହେଉଛି ତାଙ୍କର ବନ୍ଧବୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ହଂସିକା ଅଭିଲିପ୍ସା। ସେ ଏବେ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ରହୁଛନ୍ତି। ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଉଥିଲେ। ଖାଲି ସେତିକି ନୁହେଁ, ଓଡ଼ିଶାର ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରୀଷ ମୁର୍ମୁଙ୍କ ପରି ବଡ଼ବଡ଼ିଆଙ୍କ ସହିତ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ। ଆଉ ଠକୁଥିଲେ।
ଠକେଇ କଲେ କଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ନାଁ ନେଇ ବି ଲୁଟୁଥିଲେ।
