ନୂଆ ରେକର୍ଡ କଲେ ଟିମ ଇଣ୍ଡିଆର ବ୍ୟାଟର ଋଷଭ ପନ୍ତ । ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ବନି ଯାଇଛନ୍ତି। ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ରେକର୍ଡ ୨୭ କୋଟି ଟଙ୍କା ବଳରେ କିଣିଛି। ଶ୍ରେୟସ ଆୟର ମାତ୍ର କିଛି ମିନିଟ ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ବନିଥିଲେ। କିନ୍ତୁ ତାଙ୍କୁ ପଛରେ ପକାଇ ଦେଇଛନ୍ତି ଋଷଭ ପନ୍ତ। ସେ ଏବେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନି ଯାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଥିଲା। ଆଜି କିନ୍ତୁ ଆରଟିଏମ ବଳରେ ଦିଲ୍ଲୀ ପନ୍ତଙ୍କୁ ନେବାକୁ ଚାହିଁଥିଲା। ହେଲେ ଲକ୍ଷ୍ନୌ ତାଙ୍କୁ ୨୭ କୋଟି ଟଙ୍କାର କିଣିଛି । ଏହାପୂର୍ବରୁ ଶ୍ରେୟସ ଆୟରଙ୍କ ପଞ୍ଜାବ ରେକର୍ଡ ୨୬. ୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କ ପୂର୍ବରୁ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିଲା। ତାଙ୍କୁ କୋଲକାତା ୨୦୨୪ ଅକ୍ସନ ବେଳେ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ହେଲେ ୨୦୨୫ ମେଗା ଅକ୍ସନରେ ଶ୍ରେୟସ ଆୟର ତାଙ୍କୁ ପଛରେ ପକାଇ ଦେଇଥିଲେ। ଏବେ ପନ୍ତ ସାଥୀ ଖେଳାଳି ଆୟରଙ୍କ ମହଙ୍ଗା ରେକର୍ଡକୁ ଭାଙ୍ଗି ଦେଇଛନ୍ତି।
