ଶଙ୍ଖ ଭବନରେ ହୋଇଥିବା ହଙ୍ଗାମା ଉଗ୍ର ରୂପ ନେଲା

ଗତକାଲି ଶଙ୍ଖ ଭବନରେ ହୋଇଥିବା ହଙ୍ଗାମା ଉଗ୍ର ରୂପ ନେବାରେ ଲାଗିଛି। ବାଇଁଆ-ଲିଟୁଙ୍କୁ ବିରୋଧ କରିଥିବା ନେତାଙ୍କ ବିରୋଧରେ ଆଜି ଉଭୟ ବିଷୋଦ୍‌ଗାର କରିଛନ୍ତି। ‘ଆମକୁ ବିଜେପି ସହ ଯୋଡ଼ୁଥିବା ନେତା ଯାହାକୁ ଶଙ୍ଖ ଭବନରେ ପାଖରେ ବସାଇଥିଲେ ସେ ବିଜେପି ସଦସ୍ୟ।’ ଉଭୟ ଆଜି ଏଭଳି ସଙ୍ଗିନ ଅଭଯୋଗ କରି ସଭାପତିଙ୍କୁ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି। ଯାହାଙ୍କୁ ସେ ସିଧାସଳଖ ଆକ୍ଷେପ କରିଛନ୍ତି ସେ ହେଉଛନ୍ତି ୬୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ରାଜେଶ ପାତ୍ର। ସେ ବିଜେପିରେ ସଦସ୍ୟ ହୋଇଥିବାର ପ୍ରମାଣ ଆଜି ଉଭୟ ବାଇଁଆ ଓ ଲିଟୁ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହାକୁ ନେଇ ପୁଣି ଥରେ ବିଜେଡି ଶିବିର ହୁଲୁସ୍ତୁଲ ହୋଇଛି।

Leave a Reply

Your email address will not be published. Required fields are marked *