କମାଲ କଲା ଭାରତୀୟ ପୁରୁଷ ହକି ଟିମ। ଅଲମ୍ପିକ୍ସ ପରେ ଆଉ ଏକ ମେଗା ଇଭେଣ୍ଟରେ ଭାରତୀୟ ପୁରୁଷ ହକି ଟିମର କମାଲ l ଚାଇନାକୁ ଚିତ କରି ରେକର୍ଡ ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ କବଜା କରିଛି ଭାରତ। ଫାଇନାଲ ମୁକାବିଲାରେ ଚୀନଙ୍କୁ ୧-୦ ଗୋଲରେ ହରାଇ ବିଜେତା ହୋଇଛି ମେନ ଇନ ବ୍ଲୁ l ଭାରତ ପକ୍ଷରୁ ଯୁଗରାଜ ସିଂହ ହିଁ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ଏହି ଗୋଲଟି ଶେଷ କ୍ୱାର୍ଟର(51ତମ ମିନିଟ)ରେ ହିଁ ମିଳିଥିଲା।
ଉଭୟ ଦଳ ପରସ୍ପରକୁ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ କୌଣସି ଗୋଲ୍ କରିବାକୁ ସୁଯୋଗ ଦେଇନଥିଲେ । ମାତ୍ର ଶେଷ କ୍ୱାର୍ଟର ନିର୍ଣ୍ଣାୟକ ହୋଇଥିଲା । ମ୍ୟାଚର ୫୧ତମ ମିନିଟରେ ଭାରତ ପକ୍ଷରୁ ଏକମାତ୍ର ତଥା ବିଜୟ ଗୋଲ୍ କରିଥିଲେ ଯୁଗରାଜ ସିଂ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କୁ କହି ରଖୁଛୁ ଯେ, ଭାରତ ତା’ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ୨୦୨୩ ଏସିଆନ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତ ଜିତିଥିଲା। ଦଳ ଫାଇନାଲରେ ମାଲେସିୟାକୁ ୪-୩ ଗୋଲରେ ହରାଇ ଟ୍ରଫି କବଜା କରିଥିଲା। ଏଥର ଚାଇନାକୁ ହରାଇ ଚାମ୍ପିୟନ ହୋଇଛି।