ଭାଲୁ ବଦଳରେ ନିଜେ ହୋଇଗଲେ ଟ୍ରାଙ୍କୁଲାଇଜ୍

ଭୁବନେଶ୍ୱର : ଅସାବଧାନତା କାରଣରୁ ନିଜର ବହୁତ ବଡ କ୍ଷତି ଘଟାଇଛନ୍ତି ଜଣେ ଫରେଷ୍ଟର। ସୂଚନା ଅନୁସାରେ ଗତକାଲି ବନ ବିଭାଗ ଟିମ୍‌ କେରଜୁଳି ଗାଁରେ ପହଞ୍ଚି ଏକ ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ନିଶା ଇଞ୍ଜେକସନ୍ ଦେବାପାଇଁ ପ୍ରସ୍ତୁତି କରୁଥିଲେ ଫରେଷ୍ଟେର। କିନ୍ତୁ ଟିକିଏ ଅସାବଧାନତା କାରଣରୁ ଭାଲୁକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ନିଶା ଇଞ୍ଜେକସନ୍ ଟି ନିଜ ଦେହରେ ବାଜିଯାଇଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ। ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଭଳି ଏକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେରଜୁଳି ଗାଁରେ ଏହି ଘଟଣା ଘଟିଛି। ଦୀର୍ଘ ୧୦ ଘଣ୍ଟା ପରେ ତାଙ୍କର ଚେତା ଫେରିଥିବା ସୂଚନା ମିଳିଛି। ଚିକିତ୍ସା ପରେ ଫରେଷ୍ଟର ଜଣଙ୍କ ସୁସ୍ଥ ଅଛନ୍ତି । ଉକ୍ତ ଫରେଷ୍ଟେର ଜଣଙ୍କ ଦିପକ ସାହୁ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *