ରାଜନୀତିରେ ଜାଡେଜାଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ : କ୍ରିକେଟ ପରେ ଏବେ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରାଜନୀତି ରେ ପାଦ ଦେଇ ନିଜର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ବିଧିବଦ୍ଧ ଭାବରେ ବିଜେପିରେ ମିଶିବା ସହିତ ବିଜେପିର ସଦସ୍ୟତା ଗ୍ରହଣ କରିଥିବା ତାଙ୍କ ପତ୍ନୀ ରିଭାବା ସମସ୍ତଙ୍କୁ ଅବଗତ କରାଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବେ ବିଜେପିର ଗୁଜରାଟର ବିଧାୟିକା ଅଛନ୍ତି । ଆଜି ରିଭାବା ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରବୀନ୍ଦ୍ର ଜାଡେଜା ବିଜେପିର ନୂଆ ସଦସ୍ୟ ହୋଇଥିବା ଫଟୋକୁ ଶେୟାର କରିଥିବା ବେଳେ ସେ ମଧ୍ୟ ପୁନର୍ବାର ବିଜେପିର ସଦସ୍ୟତା ଗ୍ରହଣ କରିଥିବା କହିଛନ୍ତି। ସଦସ୍ୟତା ଗ୍ରହଣ କରିବା ପରେ ବିଜେପି ପକ୍ଷରୁ ମିଳୁଥିବା ପ୍ରମାଣ ପତ୍ରକୁ ମଧ୍ୟ ସେ ସାର୍ବଜନୀନ କରିଛନ୍ତି। ସେପ୍ଟେମ୍ବର ୨ରୁ ବିଜେପି ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏହାକୁ ଶୁଭାରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଦଳରେ ଥିବା ତାଙ୍କ ସଦସ୍ୟତାକୁ ନବୀକରଣ କରିଥିଲେ।

Leave a Reply

Your email address will not be published. Required fields are marked *