ଭୁବନେଶ୍ୱର : ଆସିଲା ବଡ ଖବର। ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ,ଅନୁଦାନପ୍ରାପ୍ତ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ରାଜ୍ୟସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୋମବାର ଦିନ ନୂଆଁଖାଇ ପାଇଁ ଛୁଟି କରିବାକୁ ଘୋଷଣା କରାଯାଇଛି । ଓଡ଼ିଆ କ୍ୟାଲେଣ୍ଡରରେ ଆସନ୍ତା ୭ ତାରିଖ ଅର୍ଥାତ ଶନିବାର ଦିନ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜା ପଡୁଥିବା ବେଳେ ଏହାର ପରଦିନ ଅର୍ଥାତ ୮ ତାରିଖ ରବିବାର ଦିନ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପଡୁଛି। ରବିବାର ଛୁଟି ଦିନ ପଡୁଥିବାରୁ ସୋମବାର ଦିନ ନୂଆଁଖାଇ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
